Posts

Showing posts from December, 2018

ମୁରଗା ମହାଦେବ ମନ୍ଦିର

Image
ମୁରଗା ମହାଦେବ ମନ୍ଦିର କେନ୍ଦୁଝରର ଏକ ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀ, ମନ୍ଦିରଟି ଠାକୁରାଣୀ ପାହଡ ତଳେ ଅବସ୍ଥିତ । ଏହି ପ୍ରାଚିନ ମନ୍ଦିରଟି ନୁଆମୁଣ୍ଡି ଖଣି, କେନ୍ଦୁଝରର ଚମ୍ପୁଆ ସବଡିଭିଝନ ଅନ୍ତର୍ଗତ । ଶ୍ରାବଣ, କାର୍ତ୍ତିକ, ମକର ସଂକ୍ରାନ୍ତି, ଶିଵ ରାତ୍ରି ସମୟେ ହଜାର ହଜାର ଭକ୍ତ ଛୁଟି ଆସନ୍ତି । ପ୍ରାଚୀନ ମନ୍ଦିରଟିର ପୂଜାବିଧି ବ୍ରାହ୍ମଣମାନେ ଓ ଆଦିବାସୀ ଉଭୟ ସମ୍ପାଦନା କରନ୍ତି । ପାଖରେ ଥିବା ଝରଣାଟି ସ୍ଥାନକୁ ସ୍ଵର୍ଗିୟ କରିତୋଳିଥାଏ । ଥଣ୍ଡା ଋତୁରେ ସ୍ଥାନଟି ବଣଭୋଜି ରୁପେ ଖ୍ୟାତି ଲାଭ କରିଛି ।   ମୁରଗା ମହାଦେବ ଶବ୍ଦ ଟି ମୁରଗାନ(ଦ୍ରାବିଡ଼ ସଂସ୍କୃତିରେ କାର୍ତ୍ତିକଙ୍କୁ) ଓ ମହାଦେବଙ୍କୁ ନେଇ ଆସିଛି ।  ଐତିହାସିକ କାର ମତ ଅନୁଯାୟୀ ଏହି ସ୍ଥାନ ରେ ଏକ ଆଦିବାସୀ ଈଶ୍ୱର ପୁଜିତ ହେଉଥିଲେ,ପରେ ଏଇଟି ହିନ୍ଦୁ ଧର୍ମ ପିଠ ରୂପେ ମାନ୍ୟତା ମିଳିଥିଲା । ଝାରଖଣ୍ଡ ଏବଂ ଓଡ଼ିଶା ଭକ୍ତ ଏହି ସ୍ଥାନ କୁ ଶୈଵ କ୍ଷେତ୍ର ରୂପେ ସମ୍ମାନ ପ୍ରଦାନ କରିଛନ୍ତି ।