Posts

Showing posts from April, 2017

ତ୍ରିବିକ୍ରମ ବାମନ - ଶ୍ରୀହରିଙ୍କ ପଞ୍ଚମ ଅବତାର

Image
Trivikram image as northern Parsvadevata of Vimana-Alarnatha Vishnu Temple, Brahmagiri, Puri ତ୍ରିଲୋକ ବିଜୟ ଲକ୍ଷ୍ୟ ନେଇ ମହାଯଜ୍ଞର ଆୟୋଜନ କରିଛନ୍ତି ଦାନବ ରାଜ ବଳି.  ଅନେକ ଅତିଥି ଓ ଅଭ୍ୟାଗତଙ୍କ ସମାଗମ. ବ୍ରାହ୍ମଣ, ବୈଷ୍ଣବ, ଅର୍ଥୀ ସମସ୍ତଙ୍କୁ ଦିଆଯାଉଛି ଯଥେଛା ଦାନ,ଦକ୍ଷିଣା. ରାଜପ୍ରାସାଦର ଦ୍ଵାର ଦେଶରେ ଶୁଭିଲା ଜଣେ ଖର୍ବକାୟ ବ୍ରାହ୍ମଣଙ୍କ ସ୍ଵସ୍ତିବାଚନ. ବ୍ରାହ୍ମଣଙ୍କୁ ସ୍ଵାଗତ କରାଗଲା ଯଜ୍ଞମଣ୍ଡପକୁ. ବୈଲୋଚନ ପୁତ୍ର ବଳି ଆଦେଶ କଲେ 'ହେ ବ୍ରାହ୍ମଣ କିନିମନ୍ତେ ଏଠାକୁ ଆଗମନ. ଯଦି ଆପଣ ଅର୍ଥୀ ତେବେ କହିବା ହୁଅନ୍ତୁ କ'ଣ ଆପଣଙ୍କର କାମନା. ସଂକଳ୍ପରେ ସତ୍ୟବଦ୍ଧ କରାଇ ବଳୀଙ୍କୁ ବ୍ରାହ୍ମଣ ମାଗିଲେ ତିନିପାଦ ଭୂମି ମାତ୍ର. ହେ ବିପ୍ର: ଅସରନ୍ତି ସମ୍ପଦର ଅଧିକାରୀ ଏ ବଳିରାଜା. ଆପଣଙ୍କ ପରି ସୌମ୍ୟ ଦର୍ଶନ ବ୍ରାହ୍ମଣଙ୍କୁ ମୋର କିଛି ବି ଆଦେୟ ନାହିଁ. ଚାହିଁଥିଲେ ଏ ସକଳ ରାଜ୍ୟ ସମ୍ପଦ ଆପଣ ମାଗି ପାରିଥାନ୍ତେ ମାତ୍ର ଏ ଟିକି ଟିକି ପାଦରେ ତିନିପାଦ ଭୂମି କ'ଣ କରିବେ? ମଦୁ ମୃଦୁ ହସିଲେ ବାମନରୂପୀ ବ୍ରା‍ହ୍ମଣ. ତାଙ୍କର କେବଳ ତିନିପାଦ ଭୂମି ହିଁ ଦରକାର. ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ କିନ୍ତୁ ଭେଦ କରିପାରିଲେ ତିନିପାଦ ଭୂମି ଯାଚନାର ରହସ୍ୟ. ସତର୍କ କରିଦେଲେ ବଳିଙ୍କୁ'  ରାଜନ୍: ଏ ସାଧାରଣ ବ୍ରାହ୍ମଣ ନୁହନ୍ତି. ବ୍ରାହ୍ମଣ ବେଶରେ ସ୍ଵୟଂ ଶ୍ରୀହରି