ତ୍ରିବିକ୍ରମ ବାମନ - ଶ୍ରୀହରିଙ୍କ ପଞ୍ଚମ ଅବତାର

Trivikram image as northern Parsvadevata of
Vimana-Alarnatha Vishnu Temple,
Brahmagiri, Puri
ତ୍ରିଲୋକ ବିଜୟ ଲକ୍ଷ୍ୟ ନେଇ ମହାଯଜ୍ଞର ଆୟୋଜନ କରିଛନ୍ତି ଦାନବ ରାଜ ବଳି.  ଅନେକ ଅତିଥି ଓ ଅଭ୍ୟାଗତଙ୍କ ସମାଗମ. ବ୍ରାହ୍ମଣ, ବୈଷ୍ଣବ, ଅର୍ଥୀ ସମସ୍ତଙ୍କୁ ଦିଆଯାଉଛି ଯଥେଛା ଦାନ,ଦକ୍ଷିଣା. ରାଜପ୍ରାସାଦର ଦ୍ଵାର ଦେଶରେ ଶୁଭିଲା ଜଣେ ଖର୍ବକାୟ ବ୍ରାହ୍ମଣଙ୍କ ସ୍ଵସ୍ତିବାଚନ. ବ୍ରାହ୍ମଣଙ୍କୁ ସ୍ଵାଗତ କରାଗଲା ଯଜ୍ଞମଣ୍ଡପକୁ. ବୈଲୋଚନ ପୁତ୍ର ବଳି ଆଦେଶ କଲେ 'ହେ ବ୍ରାହ୍ମଣ କିନିମନ୍ତେ ଏଠାକୁ ଆଗମନ. ଯଦି ଆପଣ ଅର୍ଥୀ ତେବେ କହିବା ହୁଅନ୍ତୁ କ'ଣ ଆପଣଙ୍କର କାମନା. ସଂକଳ୍ପରେ ସତ୍ୟବଦ୍ଧ କରାଇ ବଳୀଙ୍କୁ ବ୍ରାହ୍ମଣ ମାଗିଲେ ତିନିପାଦ ଭୂମି ମାତ୍ର. ହେ ବିପ୍ର: ଅସରନ୍ତି ସମ୍ପଦର ଅଧିକାରୀ ଏ ବଳିରାଜା. ଆପଣଙ୍କ ପରି ସୌମ୍ୟ ଦର୍ଶନ ବ୍ରାହ୍ମଣଙ୍କୁ ମୋର କିଛି ବି ଆଦେୟ ନାହିଁ. ଚାହିଁଥିଲେ ଏ ସକଳ ରାଜ୍ୟ ସମ୍ପଦ ଆପଣ ମାଗି ପାରିଥାନ୍ତେ ମାତ୍ର ଏ ଟିକି ଟିକି ପାଦରେ ତିନିପାଦ ଭୂମି କ'ଣ କରିବେ? ମଦୁ ମୃଦୁ ହସିଲେ ବାମନରୂପୀ ବ୍ରା‍ହ୍ମଣ. ତାଙ୍କର କେବଳ ତିନିପାଦ ଭୂମି ହିଁ ଦରକାର. ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ କିନ୍ତୁ ଭେଦ କରିପାରିଲେ ତିନିପାଦ ଭୂମି ଯାଚନାର ରହସ୍ୟ. ସତର୍କ କରିଦେଲେ ବଳିଙ୍କୁ'  ରାଜନ୍: ଏ ସାଧାରଣ ବ୍ରାହ୍ମଣ ନୁହନ୍ତି. ବ୍ରାହ୍ମଣ ବେଶରେ ସ୍ଵୟଂ ଶ୍ରୀହରି କପଟରେ ଆସିଛନ୍ତି ଦାନ ନେବାକୁ.ଏହି ବ୍ରାହ୍ମଣଙ୍କୁ ଦାନ ଦେବା ପାଇଁ ସତ୍ୟ କର ନାହିଁ. କିନ୍ତୁ ବଳି ଚିନ୍ତା କଲେ ଯଦି ଜଗତକର୍ତ୍ତା ଶ୍ରୀହରି ବିଷ୍ଣୁ ନିଜେ ଯାଚନୀ ରୂପରେ ମୋ ଦ୍ଵାରରେ ଦଣ୍ଡାୟମାନ, ତେବେ ଏହାଙ୍କଠାରୁବଳି ଦାନ ଗ୍ରହୀତା ଆଉ ସଂସାରରେ କିଏ ଅଛି? ଯାହା ବି ହେଉ ପଛେ ଏହି ବ୍ରାହ୍ମଣଙ୍କୁ ତିନିପାଦ ଭୂମି ଦେବାକୁ ହେବ. ସେ କଦାପି ପ୍ରତିଜ୍ଞା ଭଗ୍ନ ହୋଇପାରିବେ ନାହିଁ. ଟାକିବାକୁ ଧୂର୍ତ୍ତ ଶୁକ୍ରାଚାର୍ଯ୍ୟ କିନ୍ତୁ ଗଡୁର ଜଳାମୁଖରେ ମାଛି ରୂପରେ ପଥ ଅବରୋଧ କରି ସଂକଳ୍ପରେ ବ୍ୟାଘାତ ସୃଷ୍ଟିକଲେ.  ଅନ୍ତର୍ଯ୍ୟାମି ଭଗବାନ ଏହା ଜାଣିପାରି ଗୋଟିଏ କୁଶ ଧରି ଗଡୁ ମୁହଁରେଖୋବି ଦେଲେ. ଲୁଚି ରହିଥିବା ଶୁକ୍ରାଚାର୍ଯ୍ୟଙ୍କ ଗୋଟିଏ ଚକ୍ଷୁ ନଷ୍ଟ ହୋଇଗଲା ଏବଂ ସେହିଦିନଠାରୁ ସେ କାଣ ନାମରେ ପରିଚିତ ହେଲେ. ବଳିଙ୍କଠାରୁ ପ୍ରଥମ ପାଦରେ ସମଗ୍ର ଭୂମଣ୍ଡଳ, ଦ୍ଵିତୀୟ ପାଦରେ ଅନ୍ତରୀକ୍ଷକୁ ଆଛନ୍ନ କରିନେଲେ କଲେ ତ୍ରିବିକ୍ରିମ ବାମନ. ଏ ସମୟରେ ବ୍ରହ୍ମା ନିଜ କମଣ୍ଡଳୁ ଜଳରେ ଅନ୍ତରୀକ୍ଷକୁ ଉଠିଥିବା ପାଦକୁ ଧୋଇଦେବାକୁ ଉଦ୍ୟମ କଲେ. ମାତ୍ର ତାହା ନଖ କୋଣରେ ଶେଷ ହୋଇଗଲା. ପରବର୍ତ୍ତୀ ସମୟରେ ବିଷ୍ଣୁଙ୍କ ନଖ କୋଣରେ ଗଙ୍ଗା ନାମରେ ସୃଷ୍ଟି ହୋଇ ଏହି ଜଳଧାରା ପୃଥିବିକୁ ପବିତ୍ର କରିଥିଲା. ତୃତୀୟ ପାଦ ପାଇଁ ଆଉ ସ୍ଥାନ ନଥିଲା. ତେଣୁ ବିନମ୍ର ଭାବେ ବଳିରାଜା ନିଜ ମସ୍ତକ ପାତି ଦେଲେ ପ୍ରଭୁଙ୍କ ତୃତୀୟ ପାଦ ସ୍ଥାପନ ପାଇଁ. ବାମନଙ୍କ କୃପାରୁ ବଳିଙ୍କୁ ପ୍ରାପ୍ତି ହୋଇଥିଲା ଦେବଦୁର୍ଲଭ ପାତାଳ ଲୋକ. ଦାନୀ ବଳିରାଜାଙ୍କ ଦାନଶୀଳତା ପରୀକ୍ଷା କରିବାକୁ ଆସି ବାମନ ଭଗବାନଙ୍କ ଭକ୍ତବସ୍ତଳତା ଯୁଗ ଯୁଗ ଧରି ପ୍ରଚାରିତ ହେଲା. ଏହି ବ୍ରାହ୍ମଣ ବେଶଧାରୀ ବାମନ ହେଉଛନ୍ତି ଶ୍ରୀହରିଙ୍କ ପଞ୍ଚମ ଅବତାର. ଭାଦ୍ରବ ଶୁକ୍ଳ ଦ୍ଵାଦଶୀରେ ବାମନ ଭଗବାନଙ୍କ ଜନ୍ମ ଏହି ଦିନ ସର୍ବତ୍ର ବାମନ ଜନ୍ମୋତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଏ. ଶ୍ରୀମନ୍ଦିରରେ ଏହି ନୀତି ବିଧି ବିଧାନ ଅନୁଯାୟୀ ପାଳିତ ହୁଏ. ଗର୍ଭ ଉଦକ, ବନ୍ଦାପନା ଓ ଶୀତଳ ଭୋଗ ପରେ ପୋଥି ପାଠ କରାଯାଇ ଜନ୍ମ ନୀତି ହୋଇଥାଏ. ସୁବର୍ଣ୍ଣ ନିର୍ମିତ ବାମନ ପ୍ରତିମାନଙ୍କ ଜନ୍ମଲୀଳା ପରେ ଦୁର୍ଗାଦେବୀଙ୍କୁ ବିଜେ କରାଜାଏ. ବନ୍ଦାପନା ସମୟରେ ବହୁ ଶ୍ରଦ୍ଧାଳୁ ଏହି ନୀତି ଦର୍ଶନ କରିଥାନ୍ତି. ଉତ୍କଳୀୟ ପରମ୍ପରାରେ ଏହି ନୀତିକୁ ବର୍ଷାରମ୍ଭ ଦିବସ, ସୁନିଆଁ ବା ନୂଆ ସନ୍ ବୋଲି ବିବେଚନା କରାଯାଏ. ଏ ଦିନ ଗଜପତି ମହାରାଜାଙ୍କ ଅଙ୍କ କଟା ଯାଇଥାଏ. ସିଂହାସନ ନିକଟରେ  ରାଜ୍ୟାଭିଷେକ ହେବା ସହ ପ୍ରଜାମାନେ ରାଜାଙ୍କୁ ସାକ୍ଷାତ କରି ଭେତି ଅର୍ପଣ କରିଥାଆନ୍ତି. ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ଶ୍ରୀନଅର ରାଜବାଟୀରେ ପାଳନ କର‍ାଯାଉଛି.

Popular posts from this blog

ଯର୍ଜୁବେଦର ଏକ ସୃତିମଧୁର ଶ୍ଳୋକ "କର୍ପୁରଗୌରଂ କରୁଣାବତାରମ .."