ମୁରଗା ମହାଦେବ ମନ୍ଦିର
ମୁରଗା ମହାଦେବ ମନ୍ଦିର କେନ୍ଦୁଝରର ଏକ ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀ,
ମନ୍ଦିରଟି ଠାକୁରାଣୀ ପାହଡ ତଳେ ଅବସ୍ଥିତ । ଏହି ପ୍ରାଚିନ ମନ୍ଦିରଟି ନୁଆମୁଣ୍ଡି
ଖଣି, କେନ୍ଦୁଝରର ଚମ୍ପୁଆ ସବଡିଭିଝନ ଅନ୍ତର୍ଗତ । ଶ୍ରାବଣ, କାର୍ତ୍ତିକ, ମକର
ସଂକ୍ରାନ୍ତି, ଶିଵ ରାତ୍ରି ସମୟେ ହଜାର ହଜାର ଭକ୍ତ ଛୁଟି ଆସନ୍ତି । ପ୍ରାଚୀନ
ମନ୍ଦିରଟିର ପୂଜାବିଧି ବ୍ରାହ୍ମଣମାନେ ଓ ଆଦିବାସୀ ଉଭୟ ସମ୍ପାଦନା କରନ୍ତି । ପାଖରେ
ଥିବା ଝରଣାଟି ସ୍ଥାନକୁ ସ୍ଵର୍ଗିୟ କରିତୋଳିଥାଏ । ଥଣ୍ଡା ଋତୁରେ ସ୍ଥାନଟି ବଣଭୋଜି
ରୁପେ ଖ୍ୟାତି ଲାଭ କରିଛି ।
