Sand Art At Puri Beach - Merry Christmas Get link Facebook X Pinterest Email Other Apps December 22, 2016 For the occasion of Christmas Sand Artist Ranjan kumar Ganguly, has created a sand sculpture of mother marry and little Jesus at Sea beach Puri.. Get link Facebook X Pinterest Email Other Apps
ତ୍ରିବିକ୍ରମ ବାମନ - ଶ୍ରୀହରିଙ୍କ ପଞ୍ଚମ ଅବତାର April 06, 2017 Trivikram image as northern Parsvadevata of Vimana-Alarnatha Vishnu Temple, Brahmagiri, Puri ତ୍ରିଲୋକ ବିଜୟ ଲକ୍ଷ୍ୟ ନେଇ ମହାଯଜ୍ଞର ଆୟୋଜନ କରିଛନ୍ତି ଦାନବ ରାଜ ବଳି. ଅନେକ ଅତିଥି ଓ ଅଭ୍ୟାଗତଙ୍କ ସମାଗମ. ବ୍ରାହ୍ମଣ, ବୈଷ୍ଣବ, ଅର୍ଥୀ ସମସ୍ତଙ୍କୁ ଦିଆଯାଉଛି ଯଥେଛା ଦାନ,ଦକ୍ଷିଣା. ରାଜପ୍ରାସାଦର ଦ୍ଵାର ଦେଶରେ ଶୁଭିଲା ଜଣେ ଖର୍ବକାୟ ବ୍ରାହ୍ମଣଙ୍କ ସ୍ଵସ୍ତିବାଚନ. ବ୍ରାହ୍ମଣଙ୍କୁ ସ୍ଵାଗତ କରାଗଲା ଯଜ୍ଞମଣ୍ଡପକୁ. ବୈଲୋଚନ ପୁତ୍ର ବଳି ଆଦେଶ କଲେ 'ହେ ବ୍ରାହ୍ମଣ କିନିମନ୍ତେ ଏଠାକୁ ଆଗମନ. ଯଦି ଆପଣ ଅର୍ଥୀ ତେବେ କହିବା ହୁଅନ୍ତୁ କ'ଣ ଆପଣଙ୍କର କାମନା. ସଂକଳ୍ପରେ ସତ୍ୟବଦ୍ଧ କରାଇ ବଳୀଙ୍କୁ ବ୍ରାହ୍ମଣ ମାଗିଲେ ତିନିପାଦ ଭୂମି ମାତ୍ର. ହେ ବିପ୍ର: ଅସରନ୍ତି ସମ୍ପଦର ଅଧିକାରୀ ଏ ବଳିରାଜା. ଆପଣଙ୍କ ପରି ସୌମ୍ୟ ଦର୍ଶନ ବ୍ରାହ୍ମଣଙ୍କୁ ମୋର କିଛି ବି ଆଦେୟ ନାହିଁ. ଚାହିଁଥିଲେ ଏ ସକଳ ରାଜ୍ୟ ସମ୍ପଦ ଆପଣ ମାଗି ପାରିଥାନ୍ତେ ମାତ୍ର ଏ ଟିକି ଟିକି ପାଦରେ ତିନିପାଦ ଭୂମି କ'ଣ କରିବେ? ମଦୁ ମୃଦୁ ହସିଲେ ବାମନରୂପୀ ବ୍ରାହ୍ମଣ. ତାଙ୍କର କେବଳ ତିନିପାଦ ଭୂମି ହିଁ ଦରକାର. ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ କିନ୍ତୁ ଭେଦ କରିପାରିଲେ ତିନିପାଦ ଭୂମି ଯାଚନାର ରହସ୍ୟ. ସତର୍କ କରିଦେଲେ ବଳିଙ୍କୁ' ରାଜନ୍: ଏ ସାଧାରଣ ବ୍ରାହ୍ମଣ ନୁହନ୍ତି. ବ୍ରାହ୍ମଣ ବେଶରେ ସ୍ଵୟଂ ଶ୍ରୀହରି... Read more
ମୁରଗା ମହାଦେବ ମନ୍ଦିର December 15, 2018 ମୁରଗା ମହାଦେବ ମନ୍ଦିର କେନ୍ଦୁଝରର ଏକ ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀ, ମନ୍ଦିରଟି ଠାକୁରାଣୀ ପାହଡ ତଳେ ଅବସ୍ଥିତ । ଏହି ପ୍ରାଚିନ ମନ୍ଦିରଟି ନୁଆମୁଣ୍ଡି ଖଣି, କେନ୍ଦୁଝରର ଚମ୍ପୁଆ ସବଡିଭିଝନ ଅନ୍ତର୍ଗତ । ଶ୍ରାବଣ, କାର୍ତ୍ତିକ, ମକର ସଂକ୍ରାନ୍ତି, ଶିଵ ରାତ୍ରି ସମୟେ ହଜାର ହଜାର ଭକ୍ତ ଛୁଟି ଆସନ୍ତି । ପ୍ରାଚୀନ ମନ୍ଦିରଟିର ପୂଜାବିଧି ବ୍ରାହ୍ମଣମାନେ ଓ ଆଦିବାସୀ ଉଭୟ ସମ୍ପାଦନା କରନ୍ତି । ପାଖରେ ଥିବା ଝରଣାଟି ସ୍ଥାନକୁ ସ୍ଵର୍ଗିୟ କରିତୋଳିଥାଏ । ଥଣ୍ଡା ଋତୁରେ ସ୍ଥାନଟି ବଣଭୋଜି ରୁପେ ଖ୍ୟାତି ଲାଭ କରିଛି । ମୁରଗା ମହାଦେବ ଶବ୍ଦ ଟି ମୁରଗାନ(ଦ୍ରାବିଡ଼ ସଂସ୍କୃତିରେ କାର୍ତ୍ତିକଙ୍କୁ) ଓ ମହାଦେବଙ୍କୁ ନେଇ ଆସିଛି । ଐତିହାସିକ କାର ମତ ଅନୁଯାୟୀ ଏହି ସ୍ଥାନ ରେ ଏକ ଆଦିବାସୀ ଈଶ୍ୱର ପୁଜିତ ହେଉଥିଲେ,ପରେ ଏଇଟି ହିନ୍ଦୁ ଧର୍ମ ପିଠ ରୂପେ ମାନ୍ୟତା ମିଳିଥିଲା । ଝାରଖଣ୍ଡ ଏବଂ ଓଡ଼ିଶା ଭକ୍ତ ଏହି ସ୍ଥାନ କୁ ଶୈଵ କ୍ଷେତ୍ର ରୂପେ ସମ୍ମାନ ପ୍ରଦାନ କରିଛନ୍ତି । Read more